Showing posts with label ଛେଣ୍ଡିପଦା ରେ ପ୍ରକୃତି-ଉନ୍ନତି ମଧ୍ୟରେ ସଂଘର୍ଷ. Show all posts
Showing posts with label ଛେଣ୍ଡିପଦା ରେ ପ୍ରକୃତି-ଉନ୍ନତି ମଧ୍ୟରେ ସଂଘର୍ଷ. Show all posts

Thursday, April 9, 2026

ଛେଣ୍ଡିପଦା ରେ ପ୍ରକୃତି-ଉନ୍ନତି ମଧ୍ୟରେ ସଂଘର୍ଷର ସମାଧାନ ପାଇଁ ଲୋକପ୍ରତିନିଧି,ସରକାରଙ୍କ ପାଖରେ ଉପାୟ ଅଛି କି?

//ସନ୍ତୋଷ ମହାନ୍ତି//

ପ୍ରକୃତି ଉନ୍ନତି ମଧ୍ୟରେ ରୀତିମତ ସଂଘର୍ଷ ଆରମ୍ଭ ହେଲାଣି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଘଞ୍ଚ ଶାଳ ଜଙ୍ଗଲ ସବୁ ସଫା ହେଲାଣି, କାରଣ କୋଇଲା କମ୍ପାନୀ ମାନେ ମାଟି ତଳେ ଥିବା କୋଇଲା କୁ ଉତ୍ତୋଳନ କରି ମାଲାମାଲ ହେବେ, ପରିବେଶକୁ ପ୍ରଦୁଷିତ କରିବେ। କିନ୍ତୁ ଫଳ ଭୋଗିବେ ଅଞ୍ଚଳବାସି

ଆଗ ଭୂତଳ କୋଇଲା ଖଣି ରୁ କୋଇଲା ଉତ୍ତୋଳନ କରାଯାଉଥିଲା। ଏବେ ଓପନ-କାଷ୍ଟ ମାଇନିଂରେ ବହୁତ ମାଟି ଖୋଳା ଯାଉଛି ଏଵଂ ସେଥିପାଇଁ  ଭୂମିର ପ୍ରାକୃତିକ ଗଠନ ନଷ୍ଟ ହେଉଛି। ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳରୁ ଅନେକ ଗାଁ ନଷ୍ଟ ହେବ, କେବଳ ଜରପଡା ଅଞ୍ଚଳ ଟିକେ ତ୍ରାହି ପାଇ ଯାଇପାରେ।

ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ ଛେଣ୍ଡିପଦା ଅଞ୍ଚଳ, ଯାହା ପୂର୍ବରୁ ଘନ ଜଙ୍ଗଲରେ ବିଶେଷ କରି ଶାଳ ଜଙ୍ଗଲ ରେ ଭରପୁର ଥିଲା, ଆଉ ସେ ପରିସ୍ଥିତି ନାହିଁ। ଶିଳ୍ପୀକରଣ ଯୋଗୁଁ ଜଙ୍ଗଲ କ୍ଷୟ ହେଉଛି ଫଳରେ ମାନବ-ବନ୍ୟପ୍ରାଣୀ ସଂଘର୍ଷ ବଢୁଛି କାରଣ ବନ୍ୟପ୍ରାଣୀମାନେ ତାଙ୍କର ଆଶ୍ରୟ ହରାଉଛନ୍ତି। ସେମାନେ ଗାଁ ଗଣ୍ଡା ରେ ବୁଲି ମଣିଷ ମାନଙ୍କୁ ଆକ୍ରମଣ କରୁଛନ୍ତି   ସେଥିପାଇଁ ହାତୀ ମଣିଷ ବିବାଦ ବଢ଼ି ଚାଲିଛି

ଆମେ ସମସ୍ତେ ଜାଣିଛନ୍ତି ଜଙ୍ଗଲ ନଷ୍ଟ ହେବାରେ ପରିବେଶର ସନ୍ତୁଳନ ବିଗିଡି ଯାଏ। ବର୍ଷା ଠିକ ହୁଏ ନାହିଁ , ତାପମାତ୍ରା ବଢ଼େଜଳ ବାୟୁ ପରିବର୍ତ୍ତନ ହୁଏ ପାଣିର ସ୍ରୋତ ଶୁଖିଯାଏ। ଏହା ଗ୍ରାମୀଣ ଜୀବନକୁ ନଷ୍ଟ କରିବା ସହିତ ସହରରେ ରହୁଥିବା ଲୋକମାନଙ୍କର ଜୀବନକୁ ମଧ୍ୟ ଦୁର୍ବିସହ କରିଥାଏ। ପରିବେଶ ନଷ୍ଟ ହେଲେ ସମସ୍ତେ ସଫା ହେବେ। ମୁଖ୍ୟ କାରଣ ଜଙ୍ଗଲ ନଷ୍ଟ।

କୋଇଲ। ଖଣି ରୁ ବାହାରୁଥିବା ଧୂଳି, ରାସାୟନିକ ପଦାର୍ଥ ବାୟୁ ପାଣିକୁ ଦୂଷିତ କରିବା ସହିତ ଲୋକମାନେ ଶ୍ୱାସ ଚର୍ମ ରୋଗ ରେ ପୀଡ଼ିତ ହୋଇ ଶେଷରେ ମରି ଥାଆନ୍ତି। ପ୍ରଦୂଷଣ ଦ୍ଵାରା ଚାଷ ମଧ୍ୟ ପ୍ରଭାବିତ ହେଉଛି ଫସଲ ଉତ୍ପାଦନ କମୁଛି। ଏମିତି ଅବସ୍ଥା ଆସିବ ଯେ ଲୋକେ ଖାଇବାକୁ ପାଇ ମରିବେ।

କୋଇଲା ଖଣି ପାଇଁ ଛେଣ୍ଡିପଦାର ଅନେକ ଗାଁ ଉଚ୍ଛେଦ ହେଉଛି ଲୋକମାନେ ତାଙ୍କର  ସବୁ କିଛି ହରାଇଛନ୍ତି। ସରକାର କମ୍ପାନୀମାନେ ସେମାନଙ୍କୁ କିଛି ଟଙ୍କା ଦେଇଦେଇ ଭାବୁଛନ୍ତି ଯେ ସବୁ ସମସ୍ୟାର ସମାଧାନ ହୋଇଗଲା। କିନ୍ତୁ ପ୍ରକୃତ କଥା ହେଲା ସମସ୍ୟାର ସମାଧନ ନିମନ୍ତେ ସ୍ଥାୟୀ ଉପାୟ ଦରକାର। ତେବେ ଆମର ଜନପ୍ରତିନିଧି ମାନେ ଏହି ସମସ୍ୟା ବିଷୟରେ ଚିନ୍ତାକରୁନାହାନ୍ତି ଅଥବା ସେମାନଙ୍କ ପାଖରେ ସମାଧାନର କୌଣସି ସୂତ୍ର ନାହିଁ।
ଗଛ ଲଗାଇବା ସହିତ କରି ଧୂଳି ବାୟୁ ଦୂଷଣ କିପରି କମାଯାଇ ପାରିବ ସେଥିପାଇଁ ନୂତନ ଜ୍ଞାନ କୌଶଳ ଆବଶ୍ୟକତା ରହିଛି।
ଲୋକଙ୍କୁ ଘର ସହ ଶିକ୍ଷା ରୋଜଗାର ସୁଯୋଗ ଦେବା ମଧ୍ୟ ଅତ୍ୟନ୍ତ ଜରୁରୀ। ଭଲ ଚିକିତ୍ସା ସୁବିଧା ମଧ୍ୟ ଦରକାର
ଛେଣ୍ଡିପଦା ଲୋକମାନେ ସବୁ ହରାଇଛନ୍ତି। ଡବଲ ଇଞ୍ଜିନ ସରକାର ସେମାନଙ୍କ କଥା ବୁଝିବା ଦରକାର। ଠିକ୍ ସମୟରେ ଠିକ୍ ଉପାୟ କଲେ ଛେଣ୍ଡିପଦା ଅଞ୍ଚଳ କ୍ଷତି କମ ହେବ। ଛେଣ୍ଡିପଦା ଉନ୍ନତିର ଏକ ମଡେଲ ହେବ ସାରା ଦେଶରେ। ହେଲେ ଦେଶର ଅନ୍ୟ ପ୍ରଦୂଷିତ ଅଞ୍ଚଳ ଗୁଡ଼ିକ ଭଳି ଛେଣ୍ଡିପଦା ପରିବେଶ ମାନବ ସଙ୍କଟ ଅନ୍ୟତମ ଉଦାହରଣ ରୂପେ ରହିଯିବ। 

ପଶ୍ଚିମ ବଙ୍ଗରେ ଗଣତନ୍ତ୍ର ଜିତିଲା, ନା ଆଉ କିଏ ?

//ସନ୍ତୋଷ ମହାନ୍ତି// ଭାରତର ମେନଷ୍ଟ୍ରିମ ମିଡ଼ିଆ ବା ଆପଣମାନେ ଯାହାକୁ ପ୍ରମୁଖ ଗଣମାଧ୍ୟମ କହୁଛନ୍ତି, ସେମାନଙ୍କୁ ଛାଡିଦେଲେ, ଏବେ ସାମାଜିକ ଗଣମାଧ୍ୟମରେ , ୟୁଟ୍ୟୁବ ...