Monday, April 27, 2026

ପଞ୍ଚାୟତିରାଜ ଦିବସରେ ନେତାଙ୍କ ଭାଷଣବାଜି, କିନ୍ତୁ ଗାଁକୁ ରାସ୍ତା ନାହିଁ , ପିଇବା ପାଣି ନାହିଁ !

//ସନ୍ତୋଷ ମହାନ୍ତି//   

ଆମ ନେତାମାନେ ଯେଉଁ ମାନଙ୍କୁ ଆମେ ଭୋଟ ଦେଇ ନିର୍ବାଚିତ କରାଇଛୁ, ସେମାନେ ସଭା, ସମିତି ଏପରିକି ନିକଟରେ ପଞ୍ଚାୟତିରାଜ ଦିବସରେ ମଧ୍ୟ ବୁକୁ ଫଟାଇ ଅନୁଗୁଳ କୁ ବିକଶିତ କରିବାକୁ ଚିତ୍କାର କରୁଥିବା ବେଳେ, ଜିଲ୍ଲାରେ ଥିବା ୨୨୫ ପଞ୍ଚାୟତ ମଧ୍ୟରୁ ଅନେକ ପଞ୍ଚାୟତ ବିକାଶ ଠାରୁ ବହୁ ଦୂରରେ ରହିଛି ।     

ପାଲଲହଡା, ଆଠମଲ୍ଲିକ, ଛେଣ୍ଡିପଦା ଓ ଅନୁଗୁଳ ବ୍ଲକ ରେ ଏମିତି ଅନେକ ପାଞ୍ଚାୟତ ରହିଛି ଯେଉଁଠି ନିତିଦିନିଆ ରାସ୍ତା ନାହିଁ । ପିଇବା ପାଇଁ ପାଣି ନାହିଁ । କରାବିରାଖୋଲ ଗାଁର ଏଠାରେ ଉଦାହରଣ ଦେବା ନିଶ୍ଚିତ ଭାବେ ପ୍ରାସଙ୍ଗିକ ହେବ। ଅନୁଗୁଳ ବ୍ଲକ ବଡକନ୍ତକୁଳ ପଞ୍ଚାୟତରେ ଏହି ଗାଁ ରହିଛି ।  ସେମାନେ ଅନୁଗୁଳ ଜିଲ୍ଲାର ବାସିନ୍ଦା ହୋଇଥିଲେ ମଧ୍ୟ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରେ ତାଙ୍କର ସବୁ କାମ ।ପିଲାମାନେ ପାଠ ପଢିବା ପାଇଁ  ହିନ୍ଦୋଳ ରେ ଥିବା ସ୍କୁଲ ଭରସା ।

ନନ୍ଦପୁର ପଞ୍ଚାୟତର ପବଲା କଥା କୁହନ୍ତୁ, କିମ୍ବା ସାତକୋଶିଆ ଅଞ୍ଚଳରେ ଥିବା ବେତର କଥା କୁହନ୍ତୁ --ଏସବୁ ଗାଁ ଗୁଡିକ ବିକାଶ ଠାରୁ ବହୁତ ଦୂରରେ ।  କିନ୍ତୁ ବିଡମ୍ବନାର କଥା ଏହିଯେ, ଆମ ନେତାମାନେ ସଭାସମିତିରେ ବଡ ବଡ ଭାଷଣ ଦେଇ ଗାଁ ଉନ୍ନତି କଲେ ଦେଶ ଆହୁରି ଆଗକୁ ବଢିବ ବୋଲି ପ୍ରଶଂସା ସାଉଁଟିବାକୁ ଲାଗିପଡନ୍ତି।   ବେଳେ ବେଳେ ମନକୁ ଆସେ ଯେ ସେମାନେ ବୋଧହୁଏ ଭାବୁଛନ୍ତି ଯେ ଲୋକମାନେ ବୋକା, କିଛି ଜାଣିନାହାନ୍ତି କେବଳ ଭୋଟ ଦେଇ ଜାଣିଛନ୍ତି I ଇଲେକ୍ସନ ଆସିଲେ, ଭୋଟ ଖଣ୍ଡେ ମିଳିଲେ , ସବୁ ଠିକ , ତାପରେ ସେମାନଙ୍କୁ ପଚାରେ କିଏ  ପଞ୍ଚାୟତିରାଜ ଦିବସ ପରି ଆହୁରି ଅନେକ ସଭାସମିତି ରେ ଗାଁର ବିକାଶ ନା ରେ ଚିତ୍କାର କରିବା ପାଇଁ ସୁଯୋଗ ମୁଳୁଛି ଏବଂ ମିଳୁଥିବ ମଧ୍ୟ ଯେଉଁ ପର୍ଯ୍ୟନ୍ତ ଲୋକମାନେ ସେମାନଙ୍କୁ ଭୋଟ ଦେଇ ଚାଲୁଥିବେ    

ଆସନ୍ତୁ ବିକଶିତ ଅନୁଗୁଳ ର ଅନ୍ୟ ଦିଗ ବିଷୟରେ ଆଲୋଚନା କରିବା ନହେଲେ ଲେଖାଯାଇଥିବା ରିପୋର୍ଟ କୁ ନ୍ୟାୟ ଦିଆଯାଇପାରିବନି ଲୋକଙ୍କ ପାଇଁ ଏ ରିପୋର୍ଟ ଲେଖାଯାଉଛି ଓ ସେମାନଙ୍କର ସମସ୍ୟାଗୁଡ଼ିକର ସମାଧାନ ପାଇଁ ପ୍ରଶାସନ ଓ ନେତୃବୃନ୍ଦଙ୍କୁ ଜଣାଇ ଦିଆଯାଉଛି   

ଆମ ନେତାମାନେ ବିକଶିତ ଅନୁଗୁଳ କଥା କହିଚାଲିଛନ୍ତି , ଡିଣ୍ଡିମ ପିଟିଚାଲିଛନ୍ତି , କିନ୍ତୁ ଆପଣମାନେ କୁହନ୍ତୁ କିପରିଭାବରେ ଅନୁଗୁଳ ବିକଶିତ   ଖାଲି ତ କହିଦେଲେ ହେବନି , ତଥ୍ୟ ସହିତ ସବୁ କିଛି ମେଳ ଖାଇବା ମଧ୍ୟ ଉଚିତ, ଅନୁଗୁଳ କେତେ ବିକଶିତ ହୋଇଛି ବା ଆଗକୁ ବଢିଛି  

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଡନୀ, ଯକ୍ଷ୍ମା, ମ୍ୟାଲେରିଆ , ଡେଙ୍ଗୁ ଓ ପରିବେଶ ଜନିତ ଅନ୍ୟାନ୍ୟ ରୋଗ ବଢିଚାଲିଛି I  ବିଭିନ୍ନ ପଞ୍ଚାୟତରେ ଛୋଟ ଛୋଟ ପିଲାମାନେ ଅପପୁଷ୍ଟିର ଶିକାର ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି I ପ୍ରଶାସନ ଚୁପହୋଇ ବସିଛି , ଆମର ବିଧାୟକମାନେ ବି ଚୁପ  ଠିକ ସମୟରେ ଭୋଟ ହାତେଇଲେ ଗଲା , କିଏ ପଚାରୁଚି କଣ ହଉଚି କି ନ ହଉଚି ଜିଲ୍ଲା ରସାନ୍ତଳକୁ ଗଲେ ବା ବୁଡ଼ିଲେ ସେମାନଙ୍କର ଯାଏ କେତେ ଆସେ କେତେ       

ବିକଶିତ ଅନୁଗୁଳ ର ଏମିତି ବିକଳ ଚିତ୍ର ଅନେକ ରହିଛି । ଆପଣମାନେ ଖାଲି କୁହନ୍ତୁ କଉ କ୍ଷେତ୍ରରେ ଅନୁଗୁଳ ପୁରା ବିକଶିତ I ସାତକୋଶିଆ ଅଞ୍ଚଳରୁ ଆରମ୍ଭ କରି ତାଳଚେର ରେ ଥିବା ଗାଁ ଗୁଡିକରେ ପାଣିର ସମସ୍ୟା ଉତ୍କଟ --ଏସବୁ କଥା ଆମେ ଜାଣିଛନ୍ତି, କିନ୍ତୁ ନେତାମାନେ ଜାଣିନାହାନ୍ତି ବୋଧହୁଏ  ଲୋକମାନେ ଚୁଆ ପାଣି ପିଉଛନ୍ତିI କେତେ ବାଲ୍ଟି ପାଣି ପାଇଁ ମାଇଲ ମାଇଲ ବାଟ ଗଲାପରେ ଭାଗ୍ୟରେ ଥିଲେ ମିଳୁଛି  ଅନେକ ଗାଁରେ ନଳକୂଅ ଅଛି , କିନ୍ତୁ ପାଣି ବାହାରୁନି ଅଭିଯୋଗ ହେଉଛି ଯେ ଜଳସ୍ତର  ତ ନିଶ୍ଚୟ କମୁଛି, ଅନ୍ୟ କାରଣ ହେଉଛି ଯେ ଠିକ ଜାଗାରେ ନଳକୂଅ ଖୋଳାଯାଉନି 

ଜିଲ୍ଲା ହେଡ଼କ୍ଵାଟରଠାରୁ ୧୦-୧୨ କିମି ଦୁରରେ ଥିବା ଗାଁ ସାହାରାଗୁଡା ରେ ଲୋକମାନେ ପାଣି ପାଇଁ ଡହଳବିକଳ ହେଉଛନ୍ତି, କିନ୍ତୁ ପ୍ରଶାସନ ଆଦୌ ବ୍ୟସ୍ତ ନୁହେଁ   ନଳକୂଅ ଅଛି , ପାଣି ବାହାରୁନି ଅନୁଗୁଳ  ପ୍ରଶାସନ କୁ  ଦରକାର ପରିସଂଖ୍ୟାନ , ନେତା ଓ ସରପଞ୍ଚ ମାନଙ୍କୁ ମଧ୍ୟ, କେଉଁ ଗାଁରେ କେତେ ନଳକୂଅ  ଖୋଳାଗଲା, ତେଣିକି ପାଣି ବାହାରୁ କି ନାହିଁ ଅଭିଯୋଗ ହେଉଛି ଯେ ବିଭିନ୍ନ ପଞ୍ଚାୟତରେ ନଳକୂଅ ଖୋଳି ଦିଆଯାଉଛି , କିନ୍ତୁ ହ୍ୟାଣ୍ଡେଲ ବସାଯାଉନି    ଲୋକମାନଙ୍କୁ ଭୁଆଁ ବୁଲାଇବାରେ ନେତାଠୁ ଆରମ୍ଭ କରି ଅଧିକାରୀ ମାନେ ବ୍ୟସ୍ତ  ଠକି ଦେଇ ନିଜର ସ୍ୱାର୍ଥ ହାସଲ କଲେ ଗଲା  ନେତାମାନେ କିନ୍ତୁ ଭାଷଣବାଜିରେ ବ୍ୟସ୍ତ --ଅନୁଗୁଳ କୁ ବିକଶିତ କରିବାପାଇଁ , ଖାଲି ଫମ୍ପା ଆବାଜ !  

ପାଣି ମିଳୁନି, ତେଣେ ଜିଲ୍ଲାର ପବନ ବିଷ   ଏଆର କ୍ୱାଲିଟି ଇଣ୍ଡେକ୍ସ ବା ଏ କ୍ୟୁ ଆଇ ସାଙ୍ଘାତିକ ସ୍ତରରେ, ନିଶ୍ୱାସ ନେବା କଷ୍ଟ ହେଲାଣି    ବାୟୁ ପ୍ରଦୂଷଣ ଯୋଗୁଁ ରୋଗ ବୃଦ୍ଧି ହେବା ସହିତ ମାନସିକ ଅଶାନ୍ତି   ମାରାତ୍ମକ ବାୟୁ ପ୍ରଦୂଷଣ ଜନସମାଜ କୁ ବ୍ୟାଧିଗ୍ରସ୍ତ କରିବା ସହିତ ଯୁବ ସମାଜକୁ ଅକାଳ ବାର୍ଦ୍ଧକ୍ୟ ଆଡକୁ ଟାଣି ନେଉଛି      

Saturday, April 11, 2026

ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ କିଡନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାଏଲିସିସ ସୁବିଧା ନାହିଁ

//ସନ୍ତୋଷ ମହାନ୍ତି//

ଅନୁଗୁଳ ଜିଲ୍ଲାର ପରିବେଶ ଦୂଷିତ ଯୋଗୁଁ ଭୂତଳ ଜଳସ୍ତର ବିଷାକ୍ତ,ତେଣୁ କିଡ଼ନୀ ରୋଗୀଙ୍କ ସଂଖ୍ୟା ବଢୁଛି।ଏକ ବର୍ଷ ମଧ୍ୟରେ ୩୫ରୁ ଅଧିକ କିଡ଼ନୀ ରୋଗୀଙ୍କ ମୃତ୍ୟୁ ହେଲାଣି

ଜନ୍ମ ହେଲେତ ମୃତ୍ୟୁ ସୁନିଶ୍ଚିତ। ଏବଂ ଏହା ଧୃବ ସତ୍ୟଏଥିରେ ଆତଙ୍କିତ ହେବା ଠିକ ନୁହେଁ  ତେବେ କିଡ଼ନୀ ରୋଗରେ ୩୫ ଜଣଙ୍କ ମୃତ୍ୟୁ ହୋଇଯିବା ସରକାରଙ୍କ ପାଇଁଏକ ଅଙ୍କ ହୋଇପାରେ,କିନ୍ତ ଏହା ବୁଝିବା କଥା ଯେ ପ୍ରତ୍ୟେକ ମୃତ୍ୟୁ ପଛରେ ରହିଛି ପରିବାରରଅସୀମ ଦୁଃଖ ସହିତ ଆର୍ଥିକ ସଙ୍କଟ  ଭବିଷ୍ୟତର ଅନିଶ୍ଚିତତା। 

ଅନେକ କ୍ଷେତ୍ରରେ ପରିବାରର  ଏକମାତ୍ର ରୋଜଗାର କରୁଥିବା ବ୍ୟକ୍ତି ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରୁଥିବାରୁ ପୁରା ପରିବାର ଅସୁବିଧାରେ ପଡ଼ୁଛି। ପରିବାର ରେ ଛୋଟ ଛୋଟ ପିଲା ଥିଲେ ସେମାନେ ଦୁର୍ଦ୍ଦଶାଗ୍ରସ୍ତ ହୋଇ ହତଭାଗ୍ୟ ଜୀବନଯାପନ କରିବାକୁ ବାଧ୍ୟ ହୁଅନ୍ତି। ଅନୁଗୁଳ ଜିଲ୍ଲା କିଛି ଗ୍ରାମରେ ଏକାଧିକ ମୃତ୍ୟୁ ଘଟିଥିବା ଖବର ଲୋକମାନଙ୍କ ମଧ୍ୟରେ ଭୟ  ଅସ୍ଥିରତା ସୃଷ୍ଟି କରିଛି। ଅଭିଯୋଗ ହେଉଛି ଯେ ସ୍ବାସ୍ଥ୍ୟ ବିଭାଗ ପୁରାପୁରି ସ୍ଥାଣୁ ନହେଲେ ମଧ୍ୟ ରୋଗୀଙ୍କୁ ସେବାଯୋଗାଇ ଦେବାରେ ବିଶେଷ ତତ୍ପର ନୁହନ୍ତି।

ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କିଡନୀ ରୋଗ ସମସ୍ୟା କେବଳ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ନୁହେଁଏହା ଏକ ପ୍ରଶାସନିକ  ରାଜନୈତିକ ପରୀକ୍ଷା ରୂପେ ଛିଡା ହୋଇଛି। ଜିଲ୍ଲାରେ ୩୫ ରୁ ଅଧିକ ଜଣଙ୍କ ମୃତ୍ୟୁ ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି -- MP MLA ପଞ୍ଚାୟତ ସ୍ତରର ଜନ ପ୍ରତିନିଧିମାନେ କରୁଛନ୍ତି କଣ???

MP  MLA ମାନେ କେବଳ ରାଜନୀତି ପାଇଁ ଭୋଟ ପାଇଛନ୍ତି ବୋଲି ଭାବିବା ଠିକ ନୁହଁ ତଦନ୍ତହସ୍ତକ୍ଷେପ  ନୀତି ନିର୍ମାଣ--- ଏହି ତିନିଟି ମାର୍ଗରେ ସେମାନେ ତାଙ୍କର ଭୂମିକା ପରିଚାଳନା କରିବା ଉଚିତ୍। ସେମାନଙ୍କର ଗୁରୁ ଦାୟିତ୍ଵ ହେଉଛି ଲୋକଙ୍କ ଜୀବନ  ସ୍ୱାସ୍ଥ୍ୟର ରକ୍ଷାକରିବା। ସୁସ୍ଥ ସମାଜ ରହିଲେ, ସେମାନେ ଭୋଟ ପାଇବେ, ରାଜନୀତି କରିବେ, ନହେଲେ ନାହିଁ।

ଆମ MP MLA ମାନେ ସଂସଦରେ ବିଧାନ ସଭରେ ଏହି ବିଷୟ ଉଠାଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରି କେନ୍ଦ୍ର ସରକାରଙ୍କୁ ଜାତୀୟ ମେଡିକାଲ ଟିମ ପଠାଇବାକୁ ଦାବି କରିବା ସହିତ ଜଳ  ପରିବେଶ ତଦନ୍ତ ପାଇଁ ବିଶେଷ ଅଧ୍ୟୟନ ନିମନ୍ତେ ଅନୁରୋଧ କରିବା ଉଚିତ।

ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ପ୍ରତିମାସରେ ୧୫୦ ରୁ ଅଧିକ ରୋଗୀ ଡାଏଲିସିସ ପାଇଁ ଆସୁଛନ୍ତି। ଯଦି ସି ଏଚ ସି ଗୁଡିକରେ ଡାଏଲିସିସ ସେଣ୍ଟର ସୁବିଧା ରୁହନ୍ତା ତେବେ ରୋଗୀମାନେ ଟିକେ କମ ହଇରାଣ ହୁଅନ୍ତେ। ଏଠାରେ ଏକ ଉଦାହରଣ ଦେବା ଉଚିତ ହେବ। ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବା ସି ଏଚ୍ ସି ଦେଖିବାକୁ ଚକାଚକ୍, କିନ୍ତୁ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଡାଏଲିସିସ ସେଣ୍ଟର ନାହିଁ। ବନ୍ତଳ। ସି ଏଚ ସି ଅଧୀନରେ ମହିଧରପଡା, ହମାମୀରା ଗାଁ ଗୁଡିକ ରହିଛି, ଯେଉଁ ଗାଁ ଗୁଡିକରେ କିଡନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ରୋଗୀମାନଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ, ବିଶେଷ କରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ଏକ ଡାଏଲିସିସ ସେଣ୍ଟର ତୁରନ୍ତ ସ୍ଥାପନ କରି ରୋଗୀମାନଙ୍କୁ ଉପଚାର ଦେବାପାଇଁ ଆଗ୍ରହୀ ହେବା ପରିବର୍ତ୍ତେ କୌଣସି ପଦକ୍ଷେପ ନନେଇ ରୋଗୀମାନଙ୍କୁ ହନ୍ତସନ୍ତ କରିବା ତଥାକଥିତ ଡବଲ ଇଞ୍ଜିନ ସରକାର ଅମଳରେ କିପରି ସମ୍ଭବ ହେଉଛି ତାହା ବୁଝି ହେଉନାହିଁ

ଉଭୟ କେନ୍ଦ୍ର ରାଜ୍ୟରେ ଡବଲ ଇଞ୍ଜିନ ସରକାର ଶାସନରେ ଥିବାବେଳେ ଲୋକମାନଙ୍କୁ ସାଧାରଣ ସ୍ବାସ୍ଥ୍ୟ ସେବା ଯୋଗାଇଦେବ। କାହିଁକି ସମ୍ଭବ ହେଉନାହିଁ ସେ ବିଷୟରେ ବିପୁଳ ପରିମାଣର ଭୋଟ ପାଇଥିବା ବିଧାୟକ ସାଂସଦ ଉତ୍ତରଦାୟୀ ହେବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସରପଞ୍ଚ, ୱାର୍ଡ ମେମ୍ବର ମାନଙ୍କ ଦାୟିତ୍ଵ ସେମାନେ ଗ୍ରାମ ସ୍ତରରେ ଲୋକମାନଙ୍କୁ ସଚେତନ କରିବା ଦରକାର। ରୋଗର ଲକ୍ଷଣ ବିଷୟ ରେ ଲୋକଙ୍କୁ ସଚେତନ କରିବା ସବୁଠାରୁ ବଡ଼ କଥା। ଅନୁଗୁଳ ଜିଲ୍ଲା ବିଭିନ୍ନ ଗାଁ ଯଥା ମହିଧରପଡା, ହମାମିରା , ଆଠମଲ୍ଲିକ ପାଳଲହଡ଼ାର ଗାଁ ଗୁଡିକରେ ପାଣିର ନିୟମିତ ପରୀକ୍ଷା କରାଯାଇ ସମସ୍ୟାର ସମାଧାନ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଚେଷ୍ଟିତ ହେବା ଦରକାର।

ସବୁଠାରୁ ବଡ଼ ସମସ୍ୟା ହେଉଛି ସମନ୍ୱୟର ଅଭାବ। ଜିଲ୍ଲା ପ୍ରଶାସନ  ପଞ୍ଚାୟତ ମଧ୍ୟରେ ସଠିକ ସହଯୋଗ ନଥିଲେ ସବୁ ବେକାର। ଏବେଠୁ ଆମେ ସଚେତନ ହେବ। ଉଚିତ ଯେ ଅନୁଗୁଳ ଜିଲ୍ଲା ଶିଳ୍ପାୟନରେ ନିଶ୍ଚୟ ଆଗୁଆ,କିନ୍ତୁ କିଡନୀ ରୋଗ ସଙ୍କଟ ଆମକୁ ଏକ ସଙ୍କେତ ଦେଉଛି ଯେ ଯେଉଁ ଉନ୍ନତି ଲୋକଙ୍କ ଜୀବନକୁ ବିପଦରେ ପକାଏ, ତାର କୌଣସି ନାହିଁ ମୁଲ୍ୟ ନାହିଁ ସେଭଳି ପ୍ରଗତି କେହି ବି ଚାହିଁବେ ନାହିଁ।ଲୋକଙ୍କ ଜୀବନ ଠାରୁ ବଡ଼ କିଛି ନାହିଁ।  

ପଶ୍ଚିମ ବଙ୍ଗରେ ଗଣତନ୍ତ୍ର ଜିତିଲା, ନା ଆଉ କିଏ ?

//ସନ୍ତୋଷ ମହାନ୍ତି// ଭାରତର ମେନଷ୍ଟ୍ରିମ ମିଡ଼ିଆ ବା ଆପଣମାନେ ଯାହାକୁ ପ୍ରମୁଖ ଗଣମାଧ୍ୟମ କହୁଛନ୍ତି, ସେମାନଙ୍କୁ ଛାଡିଦେଲେ, ଏବେ ସାମାଜିକ ଗଣମାଧ୍ୟମରେ , ୟୁଟ୍ୟୁବ ...