//ସନ୍ତୋଷ ମହାନ୍ତି//
ଅନୁଗୁଳ ଜିଲ୍ଲା ରେ ଜଙ୍ଗଲ ବଢୁଛି। ଯଦି ଜଙ୍ଗଲ ବଢୁଛି, ତେବେ ପରିବେଶ ଭଲ ରହିବା କଥା। କଥା ଓଲଟା ହେଉଚି; ଦିନକୁ ଦିନ ଅସହ୍ୟ ଗରମ, ବାୟୁ ପ୍ରଦୂଷଣ, ପାଣିପାଗ ଠିକ୍ ରହୁନି -- ତାହା ହେଲେ ସରକାରୀ ରିପୋର୍ଟ ଭୁଲ୍, ନଚେତ ଆଉ କିଛି ଗଡବଡ ଅଛି।
ଆମେ ସମସ୍ତେ ଜାଣିଛନ୍ତି ଯେ ଜଙ୍ଗଲ ଅଞ୍ଚଳ ବଢ଼ିଲେ ପରିବେଶ ଥଣ୍ଡା ରହେ। ଏକ ରିପୋର୍ଟ ଅନଯାୟୀ ବିଶ୍ୱର ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ରହିଛି। ଏ ବର୍ଷ ଏଲ୍ ନିନୋ ପ୍ରଭାବ ଅତ୍ୟନ୍ତ ଉଗ୍ର ହେବାର ସମ୍ଭାବନା ରହିଛି ଓ ଏହା ମୌସୁମୀକୁ ପ୍ରଭାବିତ କରି ବର୍ଷା ର ପରିମାଣକୁ ବହୁତ କମ୍ କରି ମରୁଡି ପରିସ୍ଥିତି ସୃଷ୍ଟି କରିବ ବୋଲି ପରିବେଶବିତ୍ ମାନେ ଆଶଙ୍କା ପ୍ରକାଶ କଲେଣି।
ଖାଲି ଗଛ ଲଗେଇ ଦେଲେ ଯେ ପରିବେଶ ଠିକ୍ ରହିବ ସେମିତି କିଛି ଗ୍ୟାରେଣ୍ଟି ନାହିଁ। ଆକାସିଆ ପରି ଏମିତି କେତେଗୁଡ଼ିଏ ଗଛ ରହିଛି ଯାହା ଭୂତଳ ଜଳ ବଢ଼ାଇବାରେ ବ୍ୟାଘାତ ସୃଷ୍ଟି କରେ, ସେଗୁଡିକ ପରିବେଶ ପାଇଁ ଅଦୌ ଭଲ ନୁହେଁ। ଶାଗୁଆନ ଗଛ ତା ଚାରି ପାଖରେ ଅନ୍ୟ କୌଣସି ଗଛକୁ ଉଠିବାକୁ ଦିଏନାହିଁ। ଏହା ସତ୍ତ୍ୱେ ଓଡ଼ିଶା ର ଜଙ୍ଗଲ ବିଭାଗ ଶାଗୁଆନ ପ୍ଲାନଟେଶନ୍ କରିବାରେ ବ୍ୟସ୍ତ। ଜାମୁ, ନିମ୍ବ ପରି ବଡ଼ ବଡ଼ ଗଛ ପରିବେଶ ପାଇଁ ଭଲ। କିଏ ବୁଝୁଚି, ଗଛ ଲଗେଇ ଦେଲେ କାମ ଶେଷ ।
ଏହା ଜଣାଶୁଣା ଯେ ଓଡ଼ିଶାର ଅନେକ ଜଙ୍ଗଲ ପ୍ଲାଷ୍ଟିକ୍ ଭଳି ବର୍ଜ୍ୟବସ୍ତୁରେ ଭରପୁର ଯାହା ପରିବେଶ କୁ ଆହୁରି ନଷ୍ଟ କରୁଛି। ପ୍ଲାଷ୍ଟିକ ବାୟୋଡିଗ୍ରେଡେବଲ୍ ନୁହେଁ, ଏହା ଶହଶହ ବର୍ଷ ଧରି ସେମିତି ରହିପାରେ, ନଷ୍ଟ ନ ହୋଇ। ଜଙ୍ଗଲ ଏବେ ଅଳିଆଗଦା । ଆମେ ଲୋକମାନେ ସଚେତନ ହେଉନାହାନ୍ତି। ଖଣି ପାଇଁ ଶାଳ ଜଙ୍ଗଲ ନଷ୍ଟ ହେଉଛି, କିନ୍ତୁ ଆମର କିଛି ପ୍ରତିବାଦ, ପ୍ରତିକ୍ରିୟା ନାହିଁ କହିଲେ ଚଳେ। ଛେଣ୍ଡିପଦା ର କୋଶଳ। ଗାଁ ଲୋକଙ୍କ ପରି ପ୍ରତିବାଦ କଲେ ମଧ୍ୟ ସରକାର ବା ପ୍ରଶାସନ ଶୁଣିବାକୁ ନାରାଜ।
ଏବେ ଆମ ସମସ୍ତଙ୍କ ଦାୟିତ୍ଵ କିପରି ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଆମେ କମ୍ କରିପାରିବା । ଖଣି ନା ରେ ମନ ଇଚ୍ଛା ଜଙ୍ଗଲ କାଟି ପରିବେଶ ନଷ୍ଟ କରିବାକୁ ଦେବା ଆମ ପାଇଁ କିମ୍ବା ଆଗାମୀ ବଂଶଧରଙ୍କ ପାଇଁ ଭଲ ନୁହେଁ ।
ପଇସା ଲାଗି ଶିଳ୍ପଗୋଷ୍ଠୀ ଗୁଡ଼ିକୁ ଜଙ୍ଗଲ ଟେକିଦେଇ ସରକାର କିମ୍ବା ଆମେ ଜନସାଧାରଣ କିଛି ଠିକ୍ କରୁନାହାନ୍ତି। ଜଗତ ବଞ୍ଚିଲେ ହେଲା, ନହେଲେ ସବୁ ସଫା, ଏହା ବୁଝିରଖିବା ଉଚିତ୍। ପରିସ୍ଥିତି କୁ ଦେଖି ସଚେତନ ହେବ ଜରୁରୀ ହୋଇପଡିଛି, କାରଣ ଜୀବନ କଥା ।
ପଇସା ଲାଗି ଶିଳ୍ପଗୋଷ୍ଠୀ ଗୁଡ଼ିକୁ ଜଙ୍ଗଲ ଟେକିଦେଇ ସରକାର କିମ୍ବା ଆମେ ଜନସାଧାରଣ କିଛି ଠିକ୍ କରୁନାହାନ୍ତି। ଜଗତ ବଞ୍ଚିଲେ ହେଲା, ନହେଲେ ସବୁ ସଫା, ଏହା ବୁଝିରଖିବା ଉଚିତ୍। ପରିସ୍ଥିତି କୁ ଦେଖି ସଚେତନ ହେବ ଜରୁରୀ ହୋଇପଡିଛି, କାରଣ ଜୀବନ କଥା ।
No comments:
Post a Comment